1 | ଖଣ୍ଡପଡ଼ାର ଢୁମ୍ପା ସଙ୍ଗୀତ : ଏକ ସଂକ୍ଷିପ୍ତ ଅନୁଶୀଳନ | 01-06 |
Author(s): ଦର୍ପଦଳନ ରଥ (ଗବେଷକ କଳାବିଭୂଷଣ), ଡ. ଦେବାଶିଷ ପାତ୍ର (ଆସୋସିଏଟ୍ ପ୍ରଫେସର) |
Abstract ଖଣ୍ଡପଡ଼ା ଅଞ୍ଚଳର ରାଜା ଓ ସମ୍ଭ୍ରାନ୍ତବଂଶଜମାନେ କଳା ଓ ସଂସ୍କୃତିର ପୃଷ୍ଠପୋଷକ ଥିଲେ। ଏହି କଳା ଓ ସଂସ୍କୃତିର ମୌଳିକ ପ୍ରତିଧ୍ୱନି ଆମେ ଶ୍ରବଣ କରିପାରିବା ଖଣ୍ଡପଡ଼ାର ସ୍ୱତନ୍ତ୍ର କଳା ‘ଢୁମ୍ପା ସଙ୍ଗୀତ’ ମାଧ୍ୟମରେ । ଲୋକକଳା ଓ ସମ୍ଭ୍ରାନ୍ତ ସାହିତ୍ୟର ଅପୂର୍ବ ମିଳନ ସଂଘଟିତ ହୋଇଛି ଢୁମ୍ପା ସଙ୍ଗୀତରେ । ବିଗତ ତିନି ଶତାବ୍ଦୀ କାଳ ବ୍ୟାପୀ ଏହା ଖଣ୍ଡପଡ଼ାରେ ପରମ୍ପରାନୁକ୍ରମରେ ଗତିଶୀଳ ହୋଇଛି । ୧୯୮୫ ମସିହାରୁ ସରକାରୀ ସ୍ତରରେ ପଞ୍ଜୀକୃତ ଅନୁଷ୍ଠାନ ଭାବରେ ପ୍ରତିଷ୍ଠିତ ହୋଇଛି ‘ଗଦାଧର ଢୁମ୍ପା ସଙ୍ଗୀତ ପରିଷଦ’ । ବର୍ଷାକାଳୀନ ବାଦ୍ୟ ରୂପରେ ଢୁମ୍ପା ଆଦୃତ ହୋଇପାରିଛି । ଏହି ବାଦ୍ୟଯନ୍ତ୍ରର ପ୍ରସ୍ତୁତି ସତରେ ବିସ୍ମୟକର । ରାଜମଇ ବା ଭେଣ୍ଡିଆମର୍ଦ୍ଦନ ଗଛର ବକ୍କଳକୁ ବାଦ୍ୟ ରୂପେ ବ୍ୟବହାର କରାଯାଏ; ଏହି ବାଦ୍ୟଟିର ନାମ ଢୁମ୍ପା । ଏଥି ସହିତ ଗାନ କରାଯାଉଥିବା ଗୀତ ଢୁମ୍ପା ସଙ୍ଗୀତ ନାମରେ ପରିଚିତ । ରୀତିଯୁଗୀୟ ଶୈଳୀର ପଦପଂକ୍ତି ସହ ଢୁମ୍ପାର ତାଳ ଶ୍ରୋତାର ପ୍ରାଣରେ ସୃଷ୍ଟିକରେ ଅପୂର୍ବ ପୁଲକ । Citation By: DOP: 31-03-2024 |
2 | ବୌଦ୍ଧ ଜିଲ୍ଲାର କନ୍ଧ ସଂସ୍କୃତି : ଏକ ବିଶେଷ ଅଧ୍ୟୟନ | 07-14 |
Author(s): ହୃଷୀକେଶ କହଁର (ଗବେଷକ), ଡ. ରଶ୍ମିତା ତ୍ରିପାଠୀ (ଆସୋସିଏଟ୍ ପ୍ରଫେସର) |
Abstract ଓଡ଼ିଶା ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ । ପ୍ରକୃତି ଓ ଅନୁରାଗମୟ ଜୀବନ ଦୃଷ୍ଟିଟିଏ ନେଇ ଜୀବନଧାରଣ କରନ୍ତି ଏଇ ଆଦିବାସୀ । ସଂଘର୍ଷମୟ ଜୀବନକାଳ ଭିତରେ ଗଢି ତୋଳନ୍ତି ନିଜର ସଂସ୍କୃତି । ପ୍ରକୃତିକୁ ପ୍ରଗାଢ ଭାବରେ ଭଲପାଉଥିବା ଏଇ ଆଦିବାସୀ ହେଉଛି, ପ୍ରକୃତିର ସନ୍ତାନ । ତେଣୁ ପ୍ରାଗୈତିହାସିକ କାଳରୁ ମଣିଷ ଗୋଷ୍ଠୀ ଜୀବନ ଯାପନ କରିଆସିଛି ନିଜର ସୁରକ୍ଷା ଓ ସ୍ଥିତିପାଇଁ । ଓଡ଼ିଶାରେ ବାସ କରୁଥିବା କନ୍ଧ ଜନଜାତିମାନଙ୍କ ମଧ୍ୟରେ ପ୍ରାୟତଃ ତାଙ୍କର ପର୍ବପର୍ବାଣୀ, ଯାନିଯାତ୍ରା, ଏବଂ ସଂସ୍କୃତି ଏକା ହେଲେ ମଧ୍ୟ ପରିବେଶର ସ୍ଥାନ, କାଳ, ଓ ପାତ୍ର ଅନୁଯାୟୀ ତାଙ୍କ ସଂସ୍କୃତିରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । କର୍ମଠ, ସରଳ, ନିରାଡ଼ମ୍ବର ଏହି ଆଦିମ ମଣିଷଙ୍କ ବଂଶଧର ପାହାଡ଼ କୋଳରେ ବସବାସ କରି ଝରଣାର ସ୍ଵଚ୍ଛ ଜଳପରି ହୃଦୟ ଏମାନଙ୍କ ସ୍ଵଚ୍ଛ ନିର୍ମଳ । ସଭ୍ୟ ଜନପଦବାସୀଙ୍କ କୁଟିଳତାର ମର୍ମ ଏମାନଙ୍କୁ ଜଣା ନାହିଁ । କେବଳ ପେଟପାଇଁ ଏମାନଙ୍କର ଚିନ୍ତା । “ଆଦିବାସୀମାନେ ଉର୍ବର ନଦୀ, ଉପତ୍ୟକା ପରିତ୍ୟାଗ କରି ନିବିଡ଼ ଅରଣ୍ୟାନୀ ଓ ପାର୍ବତ୍ୟ ଗିରି କନ୍ଦରରେ ବାସକଲେ ଏବଂ ବଣର ଫଳମୂଳ ଓ ବନ୍ୟ ଜୀବଜନ୍ତୁ ଶିକାର କରି ଜୀବିକା ନିର୍ବାହ କଲେ । ଏହି ପରିପ୍ରେକ୍ଷୀରେ ସେମାନଙ୍କ ପାରମ୍ପରିକ ସଭ୍ୟତାର ପରିସର ସଙ୍କୁଚିତ ହୋଇଯାଉଥିଲା । “ତେବେ ନୃତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଚାର କଲେ କନ୍ଧ ଆଦିବାସୀମାନେ ଏକ ଉଚ୍ଚ ମାନର ସଭ୍ୟତା ଓ ସଂସ୍କୃତିର ଅଧିକାରୀ ଥିଲେ । Citation By: DOP: 31-03-2024 |
3 | ଗଣ୍ଡ ଜନଜାତିର ଜନଶ୍ରୁତି | 15-18 |
Author(s): ସନ୍ଥ ରାମ ମାଝୀ (ଗବେଷକ), ଡ. ରଶ୍ମିତା ତ୍ରିପାଠୀ (ସହାୟକ ପ୍ରଫେସର) |
Abstract ମାନବ ସଭ୍ୟତାର ଉତ୍ପତ୍ତି, ବିକାଶ ଓ ବିନାଶ ସମ୍ପର୍କରେ ଲୋକ ମୁଖରେ ଭିନ୍ନ ଭିନ୍ନ ଜନଶ୍ରୁତି ଶୁଣିବାକୁ ମିଳିଥାଏ । ଯାହାର କି କୌଣସି ପ୍ରାମାଣିକ ତଥ୍ୟ ନାହିଁ । କିନ୍ତୁ ଲୋକମୁଖରେ ପ୍ରଚଳିତ ଏହି ଜନଶ୍ରୁତିକୁ ବିଶ୍ୱାସ ଓ ଗ୍ରହଣକରି ମାନବ ତା’ର ସାମାଜିକ ଜୀବନକୁ ହସ ଖୁସିରେ ବଞ୍ଚିବାକୁ ଚେଷ୍ଟା କରିଥାଏ । ସଂଘର୍ଷ ପୂର୍ଣ୍ଣଜୀବନ ଯନ୍ତ୍ରଣାର କଷଟି ପଥରେ ପେଶି ହେଉଥିବା ମନୁଷ୍ୟ ଯନ୍ତ୍ରଣା ଭିତରେ ଅଗାଧ ସମୁଦ୍ରରୁ ମୁକ୍ତା ସାଉଁଟିଲାପରି ସୁଖ ଖୋଜି ଆନ୍ଦନ ଅନୁଭବ କରେ । ଆଉ ଏହି ଆନନ୍ଦକୁ ଦ୍ଵିଗୁଣିତ କରିଥାଏ ପରମ୍ପରା କ୍ରମେ ଲୋକମୁଖରେ ମୁଖରୁ ମୁଖକୁ ଗତି କରିଆସୁଥିବା କଥା ବା କାହାଣୀ । ଗୋଟିଏ ଜନଜାତି ବା ସମ୍ପ୍ରଦାୟର ମୌଖିକ ଇତିହାସ ହେଉଛି ଜନଶ୍ରୁତି । ଗୋଟିଏ ସମ୍ପ୍ରଦାୟର ଜନ୍ମ, ମୃତ୍ୟୁ, ବିକାଶକ୍ରମ ଓ ଉତ୍ଥାନ ପତନ ଆଦି ସମ୍ପର୍କରେ ସୂଚନା ମିଳିଥାଏ । ଏତଦ୍ ବ୍ୟତୀତ ସାମାଜିକ ଜୀବନର ଚାଲି ଚଳଣି, ଧର୍ମ ବିଶ୍ଵାସ ସମ୍ପର୍କରେ ପରବର୍ତ୍ତୀ ପିଢିକୁ ଅବଗତ କରିଥାଏ । ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ସମ୍ପ୍ରଦାୟର କିଛି ନା କିଛି ଜନଶ୍ରୁତି ଅଛି । ତନ୍ମଧ୍ୟରୁ ଏହି ଗବେଷଣା ପ୍ରବନ୍ଧରେ ଓଡ଼ିଶାରେ ବାସ କରୁଥିବା କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଇତ୍ୟାଦି ଜିଲ୍ଲା ମାନଙ୍କର ଗଣ୍ଡ ଜନଜାତିର ଜନଶ୍ରୁତି କୁ ଉକ୍ତ ପ୍ରବନ୍ଧରେ ଆଲୋଚନା କରାଯାଇଛି। ଗଣ୍ଡ ଜନଜାତିର ଉତ୍ପତ୍ତି, ଗଣ୍ଡ ଶବ୍ଦର ଅର୍ଥ ଏବଂ ସାମାଜିକ ଜୀବନରେ ଲୋକ ମୁଖରେ ଗତି କରି ଆସିଥିବା ଲୋକ କାହାଣୀ ଆଦି କୁ ନେଇ ଲୋକ ମୁଖରେ ପ୍ରଚଳିତ ଥିବା ଲୋକକ୍ତିକୁ ସଂଗ୍ରହ କରି ଏହି ଗବେଷଣା ପ୍ରବନ୍ଧରେ ଆଲୋଚନା କରାଯାଇଛି । Citation By: DOP: 31-03-2024 |
4 | କୋରାପୁଟ ଜିଲ୍ଲାର କନ୍ଧ ଆଦିବାସୀ ମାନଙ୍କ ଜୀବନ ଚର୍ଯ୍ୟା ଓ ସାମାଜିକ ଜୀବନ ଶୈଳୀ : ଏକ ବିହଙ୍ଗାବଲୋକନ | 19-24 |
Author(s): ରମେଶ ମାଣ୍ଡିଙ୍ଗା (ଗବେଷକ), ଡକ୍ଟର ଅମୂଲ୍ୟ ରତ୍ନ ନନ୍ଦ (ସହାୟକ ପ୍ରଫେସର) |
Abstract କୋରାପୁଟ ଜିଲ୍ଲାର ଜନଜୀବନକୁ ପର୍ଯ୍ୟ।ଲୋଚନ କରିବା ଆଗରୁ ଏଠାରେ ବସବାସ କରୁଥିବା ଅଧିବାସୀଙ୍କ ପ୍ରକାର ଭେଦକୁ ବୁଝିବା ନିହାତି ଜରୁରୀ । ଭାଷା ଭିତ୍ତିରେ ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ ଗଠନ ହୋଇଥିବା ବେଳେ କୋରାପୁଟରେ ମଧ୍ୟ ଅନେକ ଦେଶୀୟ ଭାଷାଭାଷି ଜିଲ୍ଲା ଭାବେ ବିଭାଜିତ କରାଯାଇଛି କହିଲେ କିଛି ଭୁଲ ହେବ ନାହିଁ, ତେଣୁ କୋରାପୁଟର ଅଧିକାଂଶ ଜନସାଧାରଣ ସାଧାରଣତଃ ନିଜର କଥିତ ଦେଶିଆ ଭାଷାରେ ହିଁ କଥାବାର୍ତ୍ତା ହୋଇଥାନ୍ତି । ଏଠାକାର ମୂଳ ଆଦିବାସୀ କହିଲେ କନ୍ଧ ସମ୍ପ୍ରଦାୟର ଲୋକଙ୍କୁ ହିଁ କୁହାଯାଏ । ଜିଲ୍ଲାର ସମୁଦାୟ ଜନସଂଖ୍ୟା ମଧ୍ୟରୁ ପ୍ରାୟ (୧୩୭୯,୬୪୭) ବାସ କରୁଥିବା ବେଳେ କେବଳ କନ୍ଧ ଆଦିବାସୀମାନଙ୍କ ଜନସଂଖ୍ୟା ପ୍ରାୟତଃ ୬.୫୮ ଲକ୍ଷ । କନ୍ଧ ଆଦିବାସୀମାନଙ୍କ ଜୀବନ ଶୈଳୀ ଅନ୍ୟ ଆଦିବାସୀମାନଙ୍କ ତୁଳନାରେ ଟିକେ ନିଆରା ମନେ ହୁଏ । ଏହାସତ୍ତ୍ୱେ ବି କନ୍ଧ ଆଦିବାସୀଙ୍କ ଉପରେ ଏ ପର୍ଯ୍ୟନ୍ତ ଯାହା ବି ଆଲୋଚନା ହୋଇଛି, ତାହା ପର୍ଯ୍ୟାପ୍ତ ନୁହେଁ । କୋରାପୁଟ ଜିଲ୍ଲା ଘଞ୍ଚ ଜଙ୍ଗଲ, ଉଚ୍ଚାଉଚ୍ଚା ପାହାଡ଼ର ପରିବେଷ୍ଟିନୀରେ ଅବଗୁଣ୍ଠିତ ହୋଇ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ହୋଇ ରହିଥିବାରୁ, ଏମାନଙ୍କ ଜୀବନଶୈଳୀପାଇଁ ଆମକୁ ଫେରିବାକୁ ହେବ ସେଇ ମାଳମାଳ ଜଙ୍ଗଲ ପର୍ବତର ପାହାଡ଼ର ଉପରକୁ । ଯେଉଁଠାରେ ଏମାନେ ବର୍ଷବର୍ଷ ଧରି ଜୀବିକା ନିର୍ବାହ କରି ଆସୁଛନ୍ତି । ଯାହାଦ୍ୱାରା ସେମାନଙ୍କ ଜୀବନ ଧରଣର ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବରେ ଜୀବନଚର୍ଯ୍ୟାକୁ ପର୍ଯ୍ୟାଲୋଚନା କରିହେବ । ଅତଏବ ଆଲୋଚିତ କନ୍ଧ ଜନଜାତିର ଜୀବନ ଚର୍ଯ୍ୟାକୁ ଜାଣିବା ପାଇଁ ଏବଂ ଗୋଷ୍ଠୀଗତ ଜୀବନକୁ ଭିନ୍ନତା ଜାଣିବା ପାଇଁ ବିଭିନ୍ନ ତଥ୍ୟର ଅବତାରଣା ଏ କ୍ଷେତ୍ରରେ ପ୍ରାସଙ୍ଗିକ ହୋଇ ପାରେ ।ଏଣୁ ଏହି ପ୍ରବନ୍ଧରେ କୋରାପୁଟ ଜିଲ୍ଲାର କନ୍ଧ ଆଦିବାସୀଙ୍କ ଜୀବନ ଚର୍ଯ୍ୟା ଓ ସାମାଜିକ ଜୀବନଶୈଳୀ ଉପରେ ଏକ ସମକ୍ଷିପ୍ତ ଆଲୋଚନା କରାଯାଇଛି । Citation By: DOP: 31-03-2024 |
5 | ଓଡିଆ ନାଟକରେ ଆଦିବାସୀଙ୍କ ସମସ୍ୟା ଓ ସଂଘର୍ଷର ଚିତ୍ର | 25-29 |
Author(s): ପ୍ରଦୀପ କୁମାର ନାଏକ (ଗବେଷକ), ଡ଼ଃ ରଶ୍ମିତା ତ୍ରିପାଠୀ (ଆସୋସିଏଟ୍ ପ୍ରଫେସର) |
Abstract ଓଡିଆ ସାହିତ୍ୟ ଜଗତରେ ଆଦିବାସୀ ପ୍ରସଙ୍ଗର ଏକ ସ୍ଵତନ୍ତ୍ର ଆଲୋଚନାର ପରିସର ରହିଛି। ସେମାନଙ୍କ ସାହିତ୍ୟ,ସଂସ୍କୃତି ଓ ପରମ୍ପରା ଓଡିଆ ସାହିତ୍ୟର ଆଙ୍ଗିକ ଓ ଆତ୍ମିକ ବିଭବକୁ ବିମଣ୍ଡିତ କରିଅଛି । ଆଦିବାସୀ ମାନଙ୍କ ଜୀବନଚର୍ଯ୍ୟାରୁ ସାହିତ୍ୟକମାନଙ୍କୁ ମିଳିଥାଏ ଗଭୀରତମ ତତ୍ତ୍ଵ । ଯାହାକୁ ଅସ୍ଵାଦନ କରିଥାଏ ସମଗ୍ର ଜନସମାଜ । ବିଭିନ୍ନ ମାନବୀୟ ଏବଂ ଅମାନବୀୟ କାରଣ ଯୋଗୁଁ ଆଜି ଆଦିବାସୀଙ୍କ ଭାଷା ସାହିତ୍ୟ ସଂସ୍କୃତି ଅବକ୍ଷୟମୁଖୀ । ତେଣୁ ତା’ର ସୁରକ୍ଷା ଓ ଉନ୍ନତି କରିବା ଆମର ପ୍ରଧାନ କର୍ତ୍ତବ୍ୟ ହେବା ଆବଶ୍ୟକ । ଓଡିଆ ସାହିତ୍ୟର ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ସମାଲୋଚନା ଆଦିରେ ଆଦିବାସୀ ପ୍ରସଙ୍ଗ ରହିଛି; ଯାହା ଓଡିଆ ନାଟକ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଥାଏ । ମଣିଷର ଉତ୍ଥାନ-ପତନ ଜୀବନ ହିଁ ନାଟକରେ ପ୍ରତିଫଳିତ ହୋଇଥାଏ । ଆଦିବସୀ ଜନଜୀବନକୁ ନେଇ ଯେଉଁ ଓଡିଆ ନାଟକ ରଚିତ ସେଥିରେ ସଂସ୍କୃତି ଅପେକ୍ଷା ସମସ୍ୟା ଓ ସଂଘର୍ଷର ଚିତ୍ର ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଯାହା ଏହି ପ୍ରବନ୍ଧ ମାଧ୍ୟମରେ ଆଲୋଚନାର ପରିସରକୁ ଆଣିବାର ପ୍ରୟାସ କରାଯାଇ ଅଛି ।
ଲକ୍ଷ୍ୟ ଓ ଉଦ୍ଦେଶ୍ୟ: ୧. ଓଡିଶାର ଆଦିବାସୀଙ୍କ ସଂସ୍କୃତି ସହିତ ପରିଚିତ ହେବା । ୨. ଓଡିଆ ନାଟକରେ ଆଦିବାସୀଙ୍କ ସ୍ଥିତି ସମ୍ପର୍କରେ ଅବଗତ ହେବା ନିମନ୍ତେ ପ୍ରୟାସ କରାଯାଇଛି । ୪. ଓଡିଆ ନାଟକରେ ଥିବା ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଓ ସଂଘର୍ଷ ସହିତ ପରିଚିତ ହେବା ।
Citation By: DOP: 31-03-2024 |