1 | ଓଡ଼ିଆ ଧ୍ୱନିର ଗୁଣ | 1-4 |
Author(s): ସଂଘମିତ୍ରା ବେହେରା |
Abstract ଧ୍ୱନି ହେଉଛି ମନୁଷ୍ୟ ସମାଜରେ କଥିତ (ବ୍ୟକ୍ତବାକ୍ )ର କ୍ଷୁଦ୍ରତମ ଏକକ I ମନୁଷ୍ୟ କ୍ଷେତ୍ରରେ ଏହା ଯେପରି ଅନୁଭବ୍ୟ ସେହିପରି ଭାବବିସ୍ତାରକ I ଧ୍ୱନିତତ୍ତ୍ୱବିତଙ୍କ ଦ୍ୱାରା ଧ୍ୱନିର ଗୁଣଗୁଡ଼ିକୁ ମୂଲ୍ୟାୟନ କରାଯାଇଛି I ଧ୍ୱନିର ଗୁଣକୁ ଧ୍ୱନିଦୈର୍ଘ୍ୟ (length of sound), ବଳାଘାତ( stress) ଓ ସ୍ୱରଲହର (intonation) ଆଦି ମାଧ୍ୟମରେ ଆଲୋଚନା କରାଯାଇଥାଏ I କଥିତ ଭାଷା ଓ ସଙ୍ଗୀତରେ ଏହାର ଆବଶ୍ୟକତା ଉପଲବ୍ଧି କରିହୁଏ I ତେଣୁ କଥା ପ୍ରସଙ୍ଗରେ ବା କଥୋପକଥନରେ ଏହି ତିନିଗୁଣର ଅନୁଧ୍ୟାନ, ପର୍ଯ୍ୟାଲୋଚନା ଓ ପର୍ଯ୍ୟବେକ୍ଷଣ କରାଯାଇଥାଏ I ଏଥିପାଇଁ ‘କାଇମୋଗ୍ରାମ ବା କିମୋଗ୍ରାମ’ ଭଳି ଧ୍ୱନି ଯନ୍ତ୍ରର ସାହାଯ୍ୟ ନିଆଯାଇଥାଏ I ଆଲୋଚ୍ୟ ପ୍ରବନ୍ଧରେ ଧ୍ୱନିର ଉପରୋକ୍ତ ଗୁଣକୁ ଗ୍ରହଣ କରି, ଓଡ଼ିଆ ଭାଷାର ଧ୍ୱନିଗୁଣକୁ ଆଲୋଚନା କରାଯିବାର ପ୍ରୟାସ କରାଯାଇଅଛି । Citation By: DOP: 31-03-2020 |
2 | ପ୍ରଥମ ଓଡ଼ିଆ ଉପନ୍ୟାସ ପଦ୍ମମାଳୀ | 5-7 |
Author(s): ରାଜେଶରାଜ ସ୍ୱାଇଁ |
Abstract ଊନବିଂଶ ଶତାବ୍ଦୀକୁ ଓଡ଼ିଆ ଉପନ୍ୟାସର ଆଦ୍ୟ ସମୟ । ଏହା ପରଠାରୁ ଓଡ଼ିଆ ଉପନ୍ୟାସ ବହୁ ବାଦବିବାଦ ଓ ଦୀର୍ଘପଥକୁ ଅତିକ୍ରମ କରି ସାଂପ୍ରତିକ ସ୍ଥିତିରେ ପହଞ୍ଚିଛି । ଅନେକ ଔପନ୍ୟାସିକ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଚେଷ୍ଟା କରି ସମୟସ୍ରୋତରେ ହାରମାନିଛନ୍ତି । ଏହାର କାରଣ, ଉପନ୍ୟାସର ସଂଜ୍ଞା, ସ୍ୱରୂପ ଅନୁଯାୟୀ କିଛି ଲେଖା ଏହାର ପର୍ଯ୍ୟାୟବାଚୀ ହୋଇନାହିଁ ଏବଂ ଦ୍ୱିତୀୟତଃ କିଛି ଉପନ୍ୟାସ ଅସଂପୂର୍ଣ୍ଣ ହେତୁ ଉପନ୍ୟାସର ମର୍ଯ୍ୟାଦା ହାସଲ କରିପାରିଲେ ନାହିଁ । ୧୮୮୮ ମସିହାରେ ରଚିତ ‘ପଦ୍ମାବଳୀ’ ଉମେଶ ଚନ୍ଦ୍ର ସରକାରଙ୍କ ଓଡ଼ିଆ ଉପନ୍ୟାସ ଜଗତ ପାଇଁ ଏକ ଅତୁଳନୀୟ ଅବାଦନ ଏବଂ ଏହାକୁ ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ କହିବା ପଛରେ ଅନେକ ଯୁକ୍ତି ମଧ୍ୟ ରହିଛି । Citation By: DOP: 31-03-2020 |
3 | ଲୋକ ଉପାଦାନ ପ୍ରୟୋଗରେ ନାଟ୍ୟକାର ବିଜୟ କୁମାର ଶତପଥୀ | 8-12 |
Author(s): ଶୁଚିସ୍ମିତା ମହାରଣା |
Abstract ନାଟ୍ୟକାର ବିଜୟ କୁମାର ଶତପଥୀ ୧୯୭୨ ମସିହାରୁ ନାଟକ ରଚନା କ୍ଷେତ୍ରରେ ମନୋନିବେଶ କରିଛନ୍ତି । ସେ ଏକାଧାରାରେ ନାଟ୍ୟକାର ଓ ସମାଲୋଚକ । ଓଡ଼ିଆ ନାଟକ କ୍ଷେତ୍ରରେ ଲୋକଉପାଦାନର ପ୍ରୟୋଗ ଘଟିଛି ୧୯୭୧ । ୧୯୮୦ରେ ନାଟ୍ୟକାର ତାଙ୍କ ନାଟକରେ ଲୋକ ଉପାଦାନର ସଂଯୋଗ ଘଟାଇଛନ୍ତି । ନାଟ୍ୟକାର ନାଟକର ବାର୍ତ୍ତାକୁ ଅଧିକ ହୃଦୟଗ୍ରାହୀ କରିବା ପାଇଁ ଲୋକଉପାଦାନର ଗୌରବକୁ ଆଙ୍ଗିକ ଭାବରେ ପୁଣି ଆତ୍ମିକ ସଂପଦ ଦୃଷ୍ଟିରୁ ଗ୍ରହଣ କରିଛନ୍ତି । ଲୋକପ୍ରିୟ ଉପାଦାନ ସହ ଲୋକଉପାଦାନର ସଂଯୋଗ ଘଟାଇ ସେ ଆଧୁନିକ ଓଡ଼ିଆ ନାଟକକ ନୂତନ ପ୍ରାଣଶକ୍ତି ଦେଇଛନ୍ତି । Citation By: DOP: 31-03-2020 |
4 | ୧୯୬୦ ପରବର୍ତ୍ତୀ ଓଡ଼ିଆ କବିତାରେ ଲୋକଉପାଦାନ | 13-18 |
Author(s): ଶ୍ରୀ ରଶ୍ମିରଂଜନ ନାୟକ |
Abstract ଉତ୍ତର ଷାଠିଏ ପରବର୍ତ୍ତୀ ଓଡ଼ିଆ କବିତାର ଆଙ୍ଗିକ ଶୈଳୀରେ ଲୋକଉପାଦାନର ପ୍ରୟୋଗ କବିତାକୁ ରୁଚିସଂପନ୍ନ କରି ଗଢ଼ିତୋଳିଛି । ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତେ ଶିକ୍ଷିତ ହେଲେ ମଧ୍ୟ ତା’ର ଅନ୍ତରାତ୍ମାର ଲୋକସଂସ୍କୃତିକୁ ସଂପୂର୍ଣ୍ଣ ଲୋପ କରିପାରିନାହିଁ । କେଉଁ ଆବାହମାନ କାଳରୁ ମାନବଜାତି ଲୋକସଂସ୍କୃତି ମଧ୍ୟଦେଇ ଗତି କରିଆସିଛି । ୧୯୬୦ ପରବର୍ତ୍ତୀ ଓଡ଼ିଆ କବିତା ଲୋକସଂସ୍କୃତି ବା ଲୋକଉପାଦାନର ପ୍ରସଙ୍ଗଗୁଡ଼ିକୁ ଆତ୍ମସାତ କରି ବଳିଷ୍ଠ ତଥା ଭାବଗର୍ଭକ ହୋଇପାରିଛି। ସମକାଳୀନ କ୍ଷୁଦ୍ର ଯନ୍ତ୍ରଣାର କଥା ତଥା ବ୍ୟକ୍ତିର ପ୍ରବୃତ୍ତି ଓ ଆଚରଣ ଆଦି ନାନାବିଧ ଦିଗ ଲୋକଉପାଦାନ ମାଧ୍ୟମରେ ଓଡ଼ିଆ କବିତାରେ ପ୍ରୟୋଗ ମାନ୍ୟତା ପାଇଛି । Citation By: DOP: 31-03-2020 |
5 | ଉତ୍ତର ଓଡିଶାର ବାଥୁଡି ସଂପ୍ରଦାୟ ଓ ଚାଙ୍ଗୁଗୀତ | 19-22 |
Author(s): ଡକ୍ଟର ରାଜା କୁମାର ନାଏକ |
Abstract ଉତ୍ତର ଓଡ଼ିଶାର ମୁଖ୍ୟତଃ ମୟୂରଭଂଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଂଚଳରେ ବାଥୁଡି ସଂପ୍ରଦାୟର ଲୋକମାନେ ବସବାସ କରନ୍ତି । ବାଥୁଡି ସଂପ୍ରଦାୟର ଲୋକମାନେ ବାରମାସରେ ତେର ପର୍ବ ପାଳନ କରନ୍ତି । ଏତତ୍ ବ୍ୟତୀତ ଗ୍ରାମର ରୀତିନୀତି ଅନୁଯାୟୀ ଅନ୍ୟାନ୍ୟ ପୂଜାପଦ୍ଧତି ମଧ୍ୟ ପାଳନ କରିଥାନ୍ତି । ବିଭିନ୍ନ ପୂଜାପଦ୍ଧତି ଓ ପର୍ବ ପର୍ବାଣୀରେ ବାଥୁଡି ସଂପ୍ରଦାୟର ଲୋକମାନେ ଭିନ୍ନ ଭିନ୍ନ ଗୀତବୋଲିଥାନ୍ତି, ସେଥିମଧ୍ୟରୁ ଚାଙ୍ଗୁଗୀତ ଅନ୍ୟତମ । ଚାଙ୍ଗୁଗୀତ ପ୍ରତ୍ୟେକ ଶନିବାର ଦିନ ବଡାମଶାଳରେ ବାଥୁଡି ସଂପ୍ରଦାୟର ଲୋକମାନେ ଚାଙ୍ଗୁବାଜାଇ ଗାନ କରିଥାନ୍ତି । କେବଳ ଶନିବାର ଦିନ ବାଥୁଡି ସଂପ୍ରଦାୟର ଲୋକମାନେ ଚାଙ୍ଗୁଗୀତ ଗାଇଥାନ୍ତି ତାହ ନୁହେଁ । ଚଇତ ମାସ ଅଠର ଦିନରେ ଶିମିଳିପାଳ ଘଂଚ ଅରଣ୍ୟ ମଧ୍ୟରେ ଥିବା ଅଠର ଦେଉଳରେ ପାଂଚ ଦିନ ଧରି ବଡାମ ଠାକୁରଙ୍କୁ ପୂଜାଅର୍ଚ୍ଚନା କରିବା ସହିତ ଚାଙ୍ଗୁବଜାଇ ଚାଙ୍ଗୁଗୀତ ଗାନକରିଥାନ୍ତି । ଚାଙ୍ଗୁଗୀତରେ ଚାଙ୍ଗୁ ବାଦ୍ୟର ଉତ୍ପତ୍ତି, ଦେବାଦେବୀଙ୍କ ବର୍ଣ୍ଣନା, ସମାମାଜିକ ଚଳଣୀ,ପୌରାଣିକ କଥାବସ୍ତୁକୁ ଗାନ କରିଥାନ୍ତି । ଚାଙ୍ଗୁଗୀତରେ ଢାଙ୍ଗୁଆ ଢାଙ୍ଗୁଳିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସାଂପ୍ରତିକ ସମୟରେ ବାଥୁଡି ଜନଜାତି ସମୟ ସହିତ ତାଳଦେଇ ଗତିକଲେ ମଧ୍ୟ ନିଜ ପରଂପରା ଓ ଚାଙ୍ଗୁଗୀତକୁ ଦୂରେଇ ଦେଇନାହାନ୍ତି । Citation By: DOP: 31-03-2020 |