1 | ସମୀକ୍ଷା ଦର୍ପଣରେ ରଜନୀକାନ୍ତଙ୍କ ଗଳ୍ପ ‘ହସ୍ତାକ୍ଷର’ | 01-06 |
Author(s): Dr. Pradosh Kumar Swain |
Abstract ଗଢ଼ଣର ଅଭିନବ କୈଶଳ ଏବଂ ବକ୍ତବ୍ୟର ଗଭୀର ଜୀବନ ଦର୍ଶନକୁ ଗାଳ୍ପିକ ରଜନିକାନ୍ତ ମହାନ୍ତି ତାଙ୍କ ଲେଖନିରେ ପ୍ରକାଶ କରନ୍ତି । ଜୀବନ ଓ ଜଗତପ୍ରତି ଗଭୀର ଅନ୍ତର୍ଦୁଷ୍ଟି ତଥା ଏକ ସମ୍ବେଦନଶୀଳ ମାନବାତ୍ମାର ଶାଶ୍ୱତ ଅନୁଭବ ଗାଳ୍ପିକ ମହାନ୍ତିଙ୍କ କଥାକାରିଗରୀର ପ୍ରମୁଖ ଆଦର୍ଶ । ଗାଳ୍ପିକଙ୍କ ପ୍ରଥମ ଗଳ୍ପ ପୁସ୍ତକ ‘ଷଠୀଘର’(୧୯୭୮) ପାଖରୁ ‘ଅଠର ନିର୍ବାସନ୍ ରୋଡ଼’(୨୦୧୦) ଦେଇ ‘ହସ୍ତାକ୍ଷର’(୨୦୧୭) ପର୍ଯ୍ୟନ୍ତ ସମସ୍ତ ସୃଷ୍ଟି ଏକ ଏକ ପ୍ରତିଶ୍ରୁତିପୂର୍ଣ୍ଣ । ସମସ୍ତ ଗଳ୍ପକୁ ଆକଳନ କଲେ ଗଳ୍ପ ଭିତରେ ଐତିହ୍ୟ ଓ ସଂସ୍କୃତିର ପାରମ୍ପରିକ ମନ୍ତ୍ର ଉଚ୍ଚାରିତ ହୁଏ। ତତ୍ସଙ୍ଗେ ଗଭୀର ନୈରାଶ୍ୟବୋଧ ମଧ୍ୟରେ ଜୀବନ ଜିଇଁବାର ଆଶା ଏବଂ ସ୍ଥୁଳଘଟଣା ମଧ୍ୟରେ ସକ୍ଷ୍ମ ଜୀବନଦର୍ଶନର ଉପଲବ୍ଧି କରିହୁଏ । ଉକ୍ତ ପ୍ରବନ୍ଧରେ ଗାଳ୍ପିକ ରଜନିକାନ୍ତ ମହାନ୍ତିଙ୍କ ଗଳ୍ପ ପୁସ୍ତକ ‘ହସ୍ତାକ୍ଷର’କୁ ଅନୁଶୀଳନ କରାଯାଇଛି । ଗବେଷଣା ପ୍ରବିଧି ଅନୁଯାୟୀ ଆଲୋଚ୍ୟ ଆଲେଖ୍ୟଟି ସାହିତ୍ୟଭିତ୍ତ୍ୱିକ ହୋଇଥିବାରୁ ବିଶ୍ଲେଷଣାତ୍ମକ ଗବେଷଣା ପଦ୍ଧତିକୁ ଗ୍ରହଣ କରାଯାଇଛି । ପ୍ରାଥମିକଉତ୍ସ ଭାବେ ‘ହସ୍ତାକ୍ଷର’ ପୁସ୍ତକ ଏବଂ ସହାୟକଉତ୍ସ ଭାବେ ଗଳ୍ପ ସଂପର୍କିତ ପୁସ୍ତକ,ଆଲୋଚନା ପୁସ୍ତକକୁ ନେଇ ଆଲେଖ୍ୟଟି ପ୍ରସ୍ତୁତ କରାଯାଇଛି । Citation By: DOP: 30-09-2020 |
2 | କବି ରଘୁନାଥ ଦାସ ଓ ରାମଲୀଳା | 07-12 |
Author(s): Purna Chandra Samantray |
Abstract ସମଗ୍ର ବିଶ୍ୱର ସାଂସ୍କୃତିକ ମାନସପଟ୍ଟରେ ରାମାୟଣ ପ୍ରସଙ୍ଗ ଏକ ବୈଚିତ୍ର୍ୟମୟ ବିଷୟ । ଯେବେଠାରୁ ଭାରତୀୟ ପୃଷ୍ଠଭୂମିରେ ରାମ ପ୍ରସଙ୍ଗର ଅୟମାରମ୍ଭ ହୋଇଛି, ସେବେଠାରୁ ରାମ କଥା ସମଗ୍ର ମାନବ ସଭ୍ୟତାରେ ଏକ ପରିବର୍ତ୍ତନୀୟ ନୂତନ ଦିଶାର ସୂତ୍ରପାତ କରିଛି । ସମ୍ପ୍ରତି ସମାଜରେ ରାମାୟଣୀୟ ମୂଲ୍ୟବୋଧର ପ୍ରାସଙ୍ଗିକତା ଅନସ୍ୱୀକାର୍ଯ୍ୟ । ଭାରତୀୟ ପ୍ରାଦେଶିକ ଭାଷାରେ ଯେତେବେଳେ ରାମକଥା ପ୍ରସଙ୍ଗକୁ ଭିତ୍ତି କରି ବିଭିନ୍ନ ସାହିତ୍ୟ ଶିଳ୍ପର ବିକାଶ ଘଟିଲା, ସେତେବେଳେ ଓଡ଼ିଆ ସାହିତ୍ୟ ମଧ୍ୟ ଏହି ରାମ ଚରିତର ଯଶଗାନ କରିଛି । ଓଡ଼ିଆ ସାହିତ୍ୟରେ ରାମ ପ୍ରସଙ୍ଗ ଭିତ୍ତିକ ଯେତେ ସବୁ ସାହିତ୍ୟ ଶଳ୍ପ ନିର୍ମାଣ ହୋଇଛି ଏଥି ମଧ୍ୟରେ ରାମଲୀଳା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ରାମଲୀଳାତ୍ମକ କାବ୍ୟ ସୃଷ୍ଟିରେ ମୂଳ ଉଦ୍ଦେଶ୍ୟ ହେଉଛି ଅଭିନୟଧର୍ମିତା । ତେଣୁ ଏହାକୁ ଦୃଶ୍ୟକାବ୍ୟ ଭାବରେ ଅଭିହିତ କରାଯାଏ । ଉଭୟ ଦୃଶ୍ୟ ଏବଂ ଶ୍ରାବ୍ୟ ଚେତନା ମିଶ୍ରିତ ରାମଲୀଳା କାବ୍ୟ ଶିଳ୍ପ ଓଡ଼ିଆ ସାହିତ୍ୟ ଖ୍ରୀଷ୍ଟିୟ ଅଷ୍ଟାଦଶ ଶତାବ୍ଦୀରେ ଉନ୍ମୋଚିତ ହୁଏ। ଓଡ଼ିଆ ରାମଲୀଳାତ୍ମକ ଦୃଶ୍ୟକାବ୍ୟର ଜନକ କବି ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ହିଁ ଏହାର ଭିତ୍ତିଭୂମି । କବି ବିଶ୍ୱନାଥ ଖୁଣ୍ଟିଆଙ୍କ ରଚିତ ଏହି ଦୃଶ୍ୟକାବ୍ୟ ହିଁ ରାମ ପ୍ରସଙ୍ଗର ଅଭିନୟଧର୍ମିତାକୁ ଉଦ୍ଦେଶ୍ୟ କରି ଗଢି ଉଠିଥିଲା । Citation By: DOP: 30-09-2020 |
3 | ପଦ୍ମଜ ପାଳଙ୍କ ଉପନ୍ୟାସରେ ପ୍ରତିଫଳିତ ସାମାଜିକ ବାସ୍ତବତା | 13-18 |
Author(s): ଅସିତ ପ୍ରଧାନ |
Abstract ମଣିଷର ସାମାଜିକ କ୍ରିୟାକଳାପ ଚିତ୍ରକୁ ଏକ ନିର୍ଦ୍ଦିଷ୍ଟ ଆଦର୍ଶରେ ପ୍ରକଟନ କରିବା ସାମାଜିକ ବାସ୍ତବବାଦର ଲକ୍ଷ୍ୟ । ବାସ୍ତବବାଦ ଆନ୍ଦୋଳନ ମାକ୍ସିମ ଗର୍କିଙ୍କ ଦ୍ୱାରା ପ୍ରବର୍ତ୍ତିତ । ଔପନ୍ୟାସିକ ପାଳଙ୍କ ଉପନ୍ୟାସରେ ରାଜନୀତିର ନକାରାତ୍ମକତା ବିରୁଦ୍ଧରେ ସ୍ୱର ତୀବ୍ର । ‘ଓୟେ ପୁଅ ମା’, ‘ପଣ୍ଡୁରଙ୍ଗୀ ନିବାସ’, ‘ଆମ ସମୟର ଦୁଃଖ’, “ଗାନ୍ଧି ଛକରୁ ଟିକିଏ ଆଗକୁ’ ଆଦି ଉପନ୍ୟାସରେ ବାସ୍ତବିକ ସାମ୍ପ୍ରତିକ ସମାଜ ଯେତିକି ଆଧୁନିକତାର ବଶବର୍ତ୍ତୀ ହେଲେ ମଧ୍ୟ ଜାତିପ୍ରଥାକୁ ଛାଡ଼ିପାରୁନାହିଁ । ଅତଏବ ପଦ୍ମଜ ପାଳଙ୍କ ଦୃଷ୍ଟିରେ ଏ କ୍ଷେତ୍ରରୁ ରକ୍ଷା ପାଇଁବା ପାଇଁ ବ୍ୟବସ୍ଥା ଓ ଧାରାକୁ ଭାଙ୍ଗି ଦେବାକୁ ପଡ଼ିବ । Citation By: DOP: 30-09-2020 |
4 | ଲକ୍ଷ୍ମୀନାରାୟଣଙ୍କ ଦୃଷ୍ଟିରେ କର୍ମବୀର ଗୋଖଲେ | 19-21 |
Author(s): ଡକ୍ଟର ନମିତା ନାୟକ |
Abstract ସାରସ୍ୱତ ସାଧକ ଲକ୍ଷ୍ମୀନାରାୟଣ ସାହୁଙ୍କ କର୍ମମୟ ଜୀବନ ଭିତରେ ସାହିତ୍ୟ ସାଧନା ଚିତ୍ତବିନୋଦନର ବିଳାସ ସାମଗ୍ରୀ ନଥିଲା। ସାହିତ୍ୟ ଥିଲା ତାଙ୍କ କର୍ମମୟ ଜୀବନର ପ୍ରତିଛବି । ବହୁ ଯୋଗଜନ୍ମା ପୁରୁଷଙ୍କ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ ଓ ସେମାନଙ୍କ ଆଦର୍ଶମୟ ଜୀବନ ଧାରାକୁ ଅନୁସରଣ କରିଥିଲେ । କର୍ମବୀର ଗୋଖଲେ ପୁଣ୍ୟଭୂମି ଭାରତରେ ଜନ୍ମନେଇ ଜନ୍ମଭୂମିର ଗୌରବକୁ ବହୁଗୁଣିତ କରିଥିଲେ । ଗୋଖଲେଙ୍କ ଜୀବନୀ ହେଉଛି ତ୍ୟାଗ ଓ ଦାନର ଏକ ଅସରନ୍ତି ଭଣ୍ଡାର । ତାଙ୍କ ଆଦର୍ଶମୟ ଜୀବନ ଇତିହାସର ପୃଷ୍ଠାକୁ ଗୌରବାନ୍ୱିତ କରେ । ସମାଜରୁ କୁସଂସ୍କାରକୁ ଦୂର କରିବା, ଧର୍ମନାରେ ଅଧର୍ମକୁ ଧ୍ୱଂସ କରିବା, ଜନ୍ମ ଭୂମିର ସେବା କରିବା ଓ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ସେ ପ୍ରୟାସ କରିଥିଲେ । ତାଙ୍କ ଅଧ୍ୟାପକ ଜୀବନରେ ଅନେକ ଛାତ୍ରଙ୍କୁ ସେହ୍ନ ଓ ଭାତୃତ୍ୱର ବନ୍ଧନରେ ବାନ୍ଧି ରଖୁଥିଲେ । ବାସ୍ଥବରେ ଦେଖିଲେ ସେ ଥିଲେ ଗୁରୁଜଗତର ଆଦର୍ଶ । Citation By: DOP: 30-09-2020 |
5 | ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମର କଳେବର | 22-24 |
Author(s): ଶୁଭସ୍ମିତା ନାୟକ |
Abstract ଆଲବର୍ଟ ଆଇନ୍ଷ୍ଟାଇନ୍ ଥରେ କହିଥିଲେ “I fear the day that the technology will surpass our human interaction. The world will have a generation of idiots.” ଅର୍ଥାତ୍ ଆଜି ସାମାଜିକ ଗଣମାଧ୍ୟମ ବହୁଭାବେ ସମୟର ଅପଚୟ ଓ ଅବସର ବିନୋଦନର ମାଧ୍ୟମ ପାଲଟିଛି । ଏହା ବହୁଭାବେ ସମାଜର ପ୍ରତ୍ୟେକ ବର୍ଗକୁ ଗ୍ରାସ କରୁଛି ଓ ଏଥିରୁ ଆମ ଯୁବବର୍ଗ ମଧ୍ୟ ବିଚ୍ୟୁତ ନୁହଁନ୍ତି । ବହୁ ଯୁବକ ଯୁବତୀ ସାମାଜିକ ଗଣମାଧ୍ୟମର କୌଣସି ପ୍ରକାର ଅନୁକୂଳ ପ୍ରତିକୂଳ ପ୍ରଭାବ ବିଷୟରେ ନ ଭାବି ସେଥିରେ ଜଡ଼ିତ ରହୁଛନ୍ତି । ସାରା ପୃଥିବୀରେ ଏପରି ୨୦୦ ରୁ ଅଧିକ ସୋସିଆଲ୍ ନେଟୱାକିଂ ସାଇଟ୍ ରହିଛି । ବିଭିନ୍ନ ବିଷୟ, ବିଭାଗ ଓ ଉପବିଭାଗକୁ ଆଧାର କରି ରହିଥିବା ସାଇଟ୍ଗୁଡ଼ିକରେ ହଜାରରୁ ଆରମ୍ଭ କରି କୋଟି କୋଟି ସଦସ୍ୟ ଅଛନ୍ତି । କିଛି କିଛି ସାଇଟ୍ କେତେକ ଦେଶରେ ଅଧିକ ଲୋକପ୍ରିୟ ହୋଇଥିବାବେଳେ ଅନ୍ୟ ଦେଶରେ ସେପରି ଲୋକପ୍ରିୟତା ଲାଭକରିନାହିଁ । ତେବେ ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗରୁ ମାନବୀୟ ଜୀବନକୁ ପ୍ରଭାବିତ କରିଥିବା ସାମାଜିକ ଗଣମାଧ୍ୟମର ସ୍ୱରୂପକୁ ଉପସ୍ଥାପନ କରିବାର ଆବଶ୍ୟକତାକୁ ଅନୁଭବ କରି ଏହି ପ୍ରବନ୍ଧର ପରିକଳ୍ପନା । Citation By: DOP: 30-09-2020 |