1 | ଜଗମୋହନ ରାମାୟଣ ପୋଥି ସଂପାଦନା ଓ ସମାଲୋଚନା | 01-06 |
Author(s): ସହାୟକ ପ୍ରଫେସର୧, ଗବେଷିକା୨ |
Abstract ଆଲୋଚ୍ୟ ପ୍ରବନ୍ଧରେ ଜଗମୋହନ ରାମାୟଣକୁ ନେଇ ଓଡ଼ିଶାରୁ ପ୍ରାପ୍ତ ହୋଇଥିବା ପୋଥି ସଂପର୍କରେ ସଂପୂର୍ଣ୍ଣ ସୂଚନା ସାଙ୍ଗକୁ ଏହି ପୋଥିକୁ ତାଲିାକାଭୁକ୍ତ କରି ଚାରୋଟି ପରିବାରରେ ବିଭକ୍ତ କରି ଆଦର୍ଶ ପୋଥି ଚୟନ କରାଯାଇଛି । ସାଧାରଣତଃ ଆମେ ଦେଖୁ ଗୋଟିଏ ପୋଥିରୁ ଅନ୍ୟ ଏକ ପୋଥିକୁ ଲିଖନକାର ଉତ୍ତାରିବା (Copy) ସମୟରେ, ବୁଝି ହେଉନଥିବା ସ୍ଥାନରେ ନିଜ ଇଚ୍ଛାରେ ଶବ୍ଦଟିଏ ବସେଇ ଦିଅନ୍ତି । ଏହାଦ୍ୱାରା ପୋଥି ମୂଳପାଠ ପାଖରୁ ଦୂରେଇଯାଏ ଓ ପୋଥିରେ ପାଠ ବିକୃତି ଦେଖାଯାଏ । ଏଥିପାଇଁ ପ୍ରାଚୀନ ଗ୍ରନ୍ଥର ସଂପାଦନା କରାଯାଏ । ସଂପାଦନାର ମୂଳ ଉଦ୍ଦେଶ୍ୟ ମୂଳ ଲେଖାର ପୁନରୁଦ୍ଧାର । ସଂପାଦକ ମୂଳଲେଖାକୁ ବୁଝି ଶୁଦ୍ଧ ରୂପରେ ଲେଖିବାକୁ ପାଠୋଦ୍ଧାର କୁହାଯାଏ । ପ୍ରାଚୀନ ଗ୍ରନ୍ଥ ସଂପାଦନାର ମୂଳ ଲକ୍ଷ୍ୟ ମୂଳପାଠକୁ ଫେରିବାର ଅନ୍ୟତମ ପ୍ରୟାସ । ଆଲୋଚ୍ୟ ପ୍ରବନ୍ଧରେ ପୋଥି ସଂପାଦନା ଓ ଶୁଦ୍ଧପାଠ କିପରି ନିରୂପଣ କରାଯାଏ, ତାହାକୁ ‘ଜଗମୋହନ ରାମାୟଣ’ ପୋଥି ଆଧାରରେ ଆଲୋଚନା କରାଯାଇଛି । Citation By: DOP: 30-06-2024 |
2 | ବଣ୍ଡା ଜନଜାତିର ଅନନ୍ୟ ସଂସ୍କୃତି | 07-17 |
Author(s): ଡକ୍ଟର ପ୍ରଦୋଷ କୁମାର ସ୍ୱାଇଁ |
Abstract ବିଶ୍ୱ ମାନବ ସମାଜର ଇତିହାସକୁ ଅନୁଶୀଳନ କଲେ ଏ କଥା ସ୍ପଷ୍ଟ ଉପଲବ୍ଧି ହେବ ଯେ ପ୍ରତ୍ୟେକ ଜନସଂପ୍ରଦାୟର ଏକ ନିଜସ୍ୱ ସଂସ୍କୃତି ରହିଆସିଛି । ଉକ୍ତ ସଂସ୍କୃତି ହିଁ ସେହି ଜନସଂପ୍ରଦାୟର ପ୍ରମୁଖ ପରିଚୟ ଭାବେ ପରିଗଣିତ ହୋଇଥାଏ । ଅର୍ଥାତ୍ ସଂସ୍କୃତିଦ୍ୱାରା ହିଁ ଯେକୌଣସି ସଂପ୍ରଦାୟ ନିଜର ସ୍ରାତନ୍ତ୍ର୍ୟ ସାବ୍ୟସ୍ତ କରିଥାଏ । ଜାତି-ଧର୍ମ-ଚଳଣି ଓ ଭୌଗୋଳିକ ସ୍ଥିତି ଆଧାରରେ ଏହି ସଂସ୍କୃତି ଭିନ୍ନ ଭିନ୍ନ ହୋଇଥାଏ । ସଭ୍ୟ ସମାଜର ସଂସ୍କୃତି ଅପେକ୍ଷା ଆଦିମ ଜନଜାତିର ସଂସ୍କୃତି ସଂପୂର୍ଣ୍ଣ ନିଆରା । ଆଜି ମଧ୍ୟ ବିଶ୍ୱର ବିଭିନ୍ନ କୋଣରେ ବିଶେଷତ ଆଫ୍ରିକା ଓ ଭାରତବର୍ଷରେ ଏହିଭଳି ଅନେକ ଆଦିମ ଜନଜାତି ବସବାସ କରିଆସୁଛନ୍ତି । ଯେଉଁମାନଙ୍କର ଚଳଣି, ଚାହିଁଣି ଓ ସଂସ୍କୃତି ସଂପୂର୍ଣ୍ଣ ଭିନ୍ନ ଓ ସ୍ୱତନ୍ତ୍ର । ଓଡ଼ିଶା ଏକ ଆଦିବାସୀ ବହୁଳ ପ୍ରଦେଶ ଭାବରେ ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଠାରେ ପ୍ରାୟ ୬୨ ପ୍ରକାର ଜନଜାତି ବସବାସ କରିଆସିଥିବାବେଳେ ତନ୍ମଧ୍ୟରୁ ୧୩ ପ୍ରକାର ଆଦିମ ଜନଜାତି (Primitive Tribes) ଭାବେ ପରିଗଣିତ । ବଣ୍ଡା ଜନଜାତି ତନ୍ମଧ୍ୟରୁ ଅନ୍ୟତମ । ଏମାନଙ୍କର ସାମାଜିକ ଚଳଣି ଓ ସାଂସ୍କୃତିକ ଜୀବନଚର୍ଯାର ସ୍ୱାତନ୍ତ୍ର୍ୟକୁ ଦର୍ଶାଇବା ପାଇଁ ଏହି ପ୍ରବନ୍ଧରେ ସାମାଜିକ ପ୍ରୟାସ କରାଯାଇଛି । Citation By: DOP: 30-06-2024 |
3 | ଆଭାସ କୁମାର ବରାଳଙ୍କ ଉପନ୍ୟାସରେ ଆତ୍ମିକ ଓ ଆଙ୍ଗିକ ବୈଚିତ୍ର | 18-21 |
Author(s): ଡ. ହରିହର ପ୍ରଧାନ୧, ମାନିନୀ ଜେନା୨ |
Abstract ଓଡ଼ିଆ ଉପନ୍ୟାସ ସାହିତ୍ୟ ସାମ୍ପ୍ରତିକ କାଳରେ ବଳିଷ୍ଠ ଓ ଲୋକପ୍ରିୟ ବିଭାବ । ଉପନ୍ୟାସରେ ଜୀବନକୁ ଓ ଜୀବନର ଜୀବନ୍ତ ଅନୁଭୂତିକୁ ବିକ୍ଷିପ୍ତ ଭାବେ ପରିପ୍ରକାଶ କରିବାର ପର୍ଯ୍ୟାପ୍ତ ସୁଯୋଗ ମିଳେ। ସମ୍ପ୍ରତି କାଳରେ ଔପନ୍ୟାସିକ ମାନେ ନିଜସ୍ଵ ଶୈଳୀରେ ଲେଖିବା ସହ ବିଶ୍ଵ ସାହିତ୍ୟର ସମକକ୍ଷ ହେବାରେ ସମର୍ଥ । ସେହିପରି ଜଣେ ଭିନ୍ନ ଓ ନୂତନ ପରିକ୍ଷଣ କୌଶଳକୁ ଅବଲମ୍ବନ କରି ଲେଖୁଥିବା ଔପନ୍ୟାସିକ ହେଉଛନ୍ତି ଆଭାସ କୁମାର ବରାଳ । ତାଙ୍କ ଉପନ୍ୟାସରେ ଥାଏ କାହାଣୀଧର୍ମୀ କଥାବସ୍ତୁ, ଅସ୍ତିତ୍ୱବାଦର ଚିନ୍ତା ଚେତନା, ସ୍ଥିତିବାଦୀ ଚିନ୍ତାଧାରା ଓ ଭିନ୍ନ ରଚନାଶୈଳୀର କଳାକୌଶଳ । ଯାହା ନୂତନ ଧାରାର ଲେଖା ପ୍ରତି ଥିବା ଆଗ୍ରହୀ ପାଠକଙ୍କୁ ଆକୃଷ୍ଟ କରେ। Citation By: DOP: 30-06-2024 |
4 | ଓଡ଼ିଆ ଜାତିର ପ୍ରାଣ ପ୍ରତିମା : ଶ୍ରୀଜଗନ୍ନାଥ | 22-26 |
Author(s): ପ୍ରିୟବ୍ରତ ସାହୁ |
Abstract ଓଡ଼ିଶାର ପରମ ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ କୌଣସି ନିର୍ଦ୍ଧିଷ୍ଟ ଧର୍ମଧାରାରେ ସୀମିତ ନରହି ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ପ୍ରଥା, ପରମ୍ପରା ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ସମଗ୍ର ମାନବ ସମାଜର କଲ୍ୟାଣ କାମନା କରିଥାଏ । ଏହି ସମନ୍ୱୟବାଦୀ ଉଦାର ଦେବତାଙ୍କ ଲୀଳା କ୍ଷେତ୍ର ହେଉଛି ଓଡ଼ିଶା । ଓଡ଼ିଶାର ଚିନ୍ତା, ଚେତନା, ଧର୍ମ, ଦର୍ଶନ, କଳା, ସାହିତ୍ୟ, ସଂସ୍କୃତି, ଲୋକ ଜୀବନ ପରମ୍ପରା, ଇତିହାସ, ରାଜନୀତି, ଲୋକବିଶ୍ୱାସ ଓ ଗୌରବର ପ୍ରତୀକ ହେଉଛି ଜଗନ୍ନାଥ ସଂସ୍କୃତି । ଏହି ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆ ଅସ୍ମିତାର ପ୍ରାଣକେନ୍ଦ୍ର ଓ ପରିଚୟ । ଓଡ଼ିଆ ଲୋକ ଜୀବନ ସହିତ ଜଡ଼ିତ ଜଗନ୍ନାଥଙ୍କର ଦୈନନ୍ଦିନ ରୀତିନୀତି ଓ ପରମ୍ପରା ବିଶ୍ଵ ଦରବାରରେ ଯେଉଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି, ତାହାକୁ ଏଠାରେ ଆଲୋଚନାର ପରିସରଭୁକ୍ତ କରାଯାଇଛି । Citation By: DOP: 30-06-2024 |
5 | ପିଢିଗତ ସମସ୍ୟା ଓ ସାଂପ୍ରତିକ ଓଡିଆ ଗଳ୍ପ | 27-30 |
Author(s): ରମେଶ କୁମାର ମଲ୍ଲିକ |
Abstract ପିଢ଼ିଗତ ସମସ୍ୟା କହିଲେ ଦୁଇ ଭିନ୍ନ ଭିନ୍ନ ପିଢ଼ିର ଲୋକଙ୍କ ବିଚାର, ବିଶ୍ୱାସ, କାର୍ଯ୍ୟ, ଦର୍ଶନ, ନୈତିକ ମୂଲ୍ୟବୋଧ, ସାମାଜିକ-ସାଂସ୍କୃତିକ-ରାଜନୈତିକ-ଧାର୍ମିକ ମୂଲ୍ୟବୋଧକୁ ନେଇଥିବା ମତ ପାର୍ଥକ୍ୟକୁ ଦର୍ଶାଏ । ଏହି ପ୍ରସଙ୍ଗକୁ ନେଇ ସାଂପ୍ରତିକ ଓଡିଆ ଗଳ୍ପ ଏକ ନୂତନ ଦିଗ ଉନ୍ମୋଚନ କରିଛି । ନବୋନ୍ମୋଚିତ ପ୍ରସଙ୍ଗକୁ ଆଧାର କରି ଗାଳ୍ପିକ ଅଜୟ ସ୍ୱାଇଁଙ୍କ ‘ଛାତିଠୁ କାତି ଯେତିକି ଦୂର’, ‘ରହସ୍ୟ’, ‘ଗପ ଯେଉଁଠି ସରେ’, ‘ଜେଜେ ଓ ପ୍ରଜାପତି’, ‘ଗାଈଚାଷ’, ‘ଘରର ନକ୍ସା’, ‘ନିଜଲୋକ’, ଗାଳ୍ପିକ ପଦ୍ମଜ ପାଳଙ୍କ ‘ପୁରୁଣା କାଳିଆ ଲୋକ’, ‘ବ୍ଲାକ ଡ୍ରାଗନ୍’, ‘ମୃଦଙ୍ଗ’, ‘ଜଣେ ଚାଷୀର ର୍ନିବାଣ’, ଭୀମ ପୃଷ୍ଟିଙ୍କ ‘ପୋଡାମାଟି’ ପରି ଗଳ୍ପ ଅନେକ ପରିମାଣରେ ସଫଳ। Citation By: DOP: 30-06-2024 |